ଅଭ୍ୟାସ କାର୍ଯ୍ୟ - ଭାଷା ପରିଚୟ
Completion requirements
ପ୍ରଥମ ଅଧ୍ୟାୟ: ଭାଷା ପରିଚୟ (ଅଭ୍ୟାସ କାର୍ଯ୍ୟ)
୧. ଆସ କଥାବାର୍ତ୍ତା ହେବା
କ) ପ୍ରାଣୀ କିପରି ନିଜର ମନର ଭାବକୁ ପ୍ରକାଶ କରେ ?
ଉ: ପ୍ରାଣୀ ଅଙ୍ଗଭଙ୍ଗୀ, ଧ୍ୱନି ବା ସଙ୍କେତ ମାଧ୍ୟମରେ ନିଜର ମନର ଭାବକୁ ପ୍ରକାଶ କରେ।
ଖ) ଧ୍ୱନି କାହାକୁ କହିବା ?
ଉ: ମଣିଷ ନିଜ ମନର ଭାବ ପ୍ରକାଶ ପାଇଁ ମୁଖରୁ ଯେଉଁ ସ୍ପଷ୍ଟ ଶବ୍ଦ ବାହାର କରେ, ତାହାକୁ ଧ୍ୱନି କୁହାଯାଏ।
୭. ଶୂନ୍ୟସ୍ଥାନ ପୂରଣ କର
କ) ଓଡ଼ିଆ ଲିପିର ଉପର ଭାଗ ଗୋଲାକୃତ । (ସରଳରେଖା, ଗୋଲାକୃତ)
ଖ) ଧ୍ୱନିର ଦୃଶ୍ୟମାନ ଆକୃତିକୁ ବର୍ଣ୍ଣ କହନ୍ତି । (ଲିପି, ବର୍ଣ୍ଣ)
ଗ) ଶାସ୍ତ୍ରୀୟମାନ୍ୟତା ଲାଭ କରିବାରେ ଓଡ଼ିଆ ଭାଷାର ସ୍ଥାନ ଷଷ୍ଠ । (ପଞ୍ଚମ, ଷଷ୍ଠ)
ଘ) ଭାଷାର ନିଜସ୍ୱ ନିୟମକୁ ବ୍ୟାକରଣ କହନ୍ତି । (ବ୍ୟାକରଣ, ଅଭିଧାନ)
ଙ) ନାଟ୍ୟଶାସ୍ତ୍ର ଭରତ ମୁନି ରଚନା କରିଥିଲେ । (ସାରଳା ଦାସ, ଭରତ ମୁନି)
Last modified: Friday, 27 February 2026, 2:38 PM